ଘର କାମ ପାଇଁ ପତ୍ନୀଙ୍କୁ ବାଧ୍ୟ କରାଯାଇପାରିବନି: ହାଇକୋର୍ଟ
ବେଙ୍ଗାଲୁରୁ : ( ଭରତ ଚନ୍ଦ୍ର ଲେଙ୍କା ) ବିବାହ ପରେ ପତ୍ନୀଙ୍କୁ ଘରୋଇ କାମ କରିବା କିମ୍ବା ଶାଶୁ-ଶ୍ୱଶୁରଙ୍କ ସେବା କରିବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ। ବିବାହ ସମ୍ପର୍କର ଅର୍ଥ ଏହା ନୁହେଁ ଯେ ପତ୍ନୀଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଓ ଇଚ୍ଛା ଉପରେ ସ୍ୱାମୀଙ୍କ ନିୟନ୍ତ୍ରଣ ରହିବ। ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ମତ ପ୍ରକାଶ କରିଛନ୍ତି। ମାମଲାରେ ସ୍ୱାମୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ପତ୍ନୀ ଘରୋଇ କାମ କରୁନାହାନ୍ତି ଏବଂ ଶାଶୁ-ଶ୍ୱଶୁରଙ୍କ ଦେଖାଶୁଣା ମଧ୍ୟ କରୁନାହାନ୍ତି। ଏପରିକି ସେ ସ୍ୱାମୀଙ୍କ ଅନୁମତି ବିନା ବାପଘରକୁ ଚାଲିଯାଉଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଏହାର ଶୁଣାଣି ସମୟରେ ହାଇକୋର୍ଟ କହିଥିଲେ ଯେ, ବିବାହ ହେବା ମାତ୍ରରେ ଜଣେ ମହିଳାଙ୍କୁ ଘରର କାମ କରିବା ଏବଂ ଶାଶୁ-ଶ୍ୱଶୁରଙ୍କ ସେବା କରିବା ପାଇଁ ବାଧ୍ୟ କରିବାର ଅଧିକାର ସ୍ୱାମୀଙ୍କୁ ମିଳିଯାଏ ନାହିଁ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଶାଶୁ-ଶ୍ୱଶୁରଙ୍କ ଦେଖାଶୁଣା କରିବାର ପ୍ରାଥମିକ ଦାୟିତ୍ୱ ସେମାନଙ୍କ ନିଜ ସନ୍ତାନଙ୍କର। ଏହି ଦାୟିତ୍ୱକୁ ବୋହୂଙ୍କ ଉପରେ ବାଧ୍ୟତାମୂଳକ ଭାବେ ଲଦି ଦିଆଯାଇପାରିବ ନାହିଁ। ପତ୍ନୀ ଓ ଶିଶୁଙ୍କ ଭରଣପୋଷଣ ସମ୍ପର୍କିତ ମାମଲାରେ ପରିବାର ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ନେଇ ମଧ୍ୟ ହାଇକୋର୍ଟ ବିଚାର କରିଥିଲେ। ମାମଲାର ପରିସ୍ଥିତି ଓ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ପତ୍ନୀଙ୍କ ଉପରେ ଘରୋଇ କାମ କିମ୍ବା ଶାଶୁ-ଶ୍ୱଶୁରଙ୍କ ସେବାକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ମତ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ମତ ବିବାହିତ ମହିଳାଙ୍କ ବ୍ୟକ୍ତିଗତ ସ୍ୱାଧୀନତା, ସମ୍ମାନ ଓ ଅଧିକାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଆଲୋଚନାକୁ ସାମ୍ନାକୁ ଆଣିଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0