WOMAN FOUND 100 CRORE IN HER BANK ACCOUNT/ଗ୍ୟାସ୍ ସବସିଡ୍ ଚେକ୍ କରିବାକୁ ଯାଇଥିଲେ ମହିଳା; ଖାତାରେ ଦେଖିଲେ ଆସିଛି ୧୦୦ କୋଟି
କୋଲକାତା: ବ୍ୟାଙ୍କ ଖାତାରେ ଦେଖିଲେ ଶହେ କୋଟି । ପାଦ ତଳୁ ଖସିଗଲା ମାଟି । ସିଲେଇ କଲେ ପରିବାର ଚଳେ । ଦମ୍ପତି ଆବଜେଷ୍ଟସ୍ ଘରେ ରୁହନ୍ତି । ଅଭାବ ଭିତରେ ସ୍ଵାମୀ, ସ୍ତ୍ରୀ ବ୍ୟାଙ୍କରେ ଗୋଟିଏ ଆକାଉଣ୍ଟ ଖୋଲିଥିଲେ । ଆଉ ସେଇ ଆକାଉଣ୍ଟରେ ଆସୁଥିଲା ଗ୍ୟାସ୍ ସବସିଡି । ଏବେ ସେହି ଆକାଉଣ୍ଟକୁ ୧୦୦ କୋଟି ଟଙ୍କା ଆସିବା ପରେ ଦମ୍ପତି ଅକଳରେ ପଡ଼ି ଯାଇଛନ୍ତି । ବ୍ୟାଙ୍କକୁ ଗ୍ୟାସ୍ ସବସିଡ୍ ଆସିଛି କି ନା ନାହିଁ ପଚାରିବାକୁ ଯାଇଥିବା ବେଳେ ମହିଳା ଜଣଙ୍କ ଚକିତ ହୋଇ ଯାଇଛନ୍ତି । କାରଣ ମହିଳାଙ୍କ ଆକାଉଣ୍ଟରେ ଶହେ କି ହଜାରେ ଟଙ୍କା ନୁହେଁ, ବରଂ ୧୦୦ କୋଟି ଟଙ୍କା ଜମା ହୋଇଛି । ପଶ୍ଚିମବଙ୍ଗଲର ଦକ୍ଷିଣ ୨୪ ପରଗଣାରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ବ୍ୟାଙ୍କ ଅଧିକାରୀଙ୍କ ଠାରୁ ୧୦୦ କୋଟି ଟଙ୍କା ଆସିଥିବା ଶୁଣି ୩୬ ବର୍ଷୀୟ କଶ୍ମୀରା ଶେଖ ଚକିତ ହୋଇ ଯାଇଥିଲେ । ଖାତାକୁ ଏତେ ଟଙ୍କା କେମିତି ଆସିଲା ତାହା ଏବେ ଚର୍ଚ୍ଚାର ବିଷୟ । ଖବର ଅନୁସାରେ, କଶ୍ମୀରା ଏଲପିଜି ସବସିଡ୍ ଆସିଛି କି ନାହିଁ ପଚାରିବାକୁ ବ୍ୟାଙ୍କ ଯାଇଥିଲେ । ବ୍ୟାଙ୍କ ଅଧିକାରୀ କହିଥିଲେ ଆପଣଙ୍କ ଖାତାକୁ ₹୯୯, ୯୯, ୯୯, ୯୯୭ ଟଙ୍କା ଆସିଛି । ଆଉ ଏତେ ଟଙ୍କା ଆସିବା ପରେ ତାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ଦିଆଯାଇଛି । କଶ୍ମୀରା ଓ ତାଙ୍କ ସ୍ଵାମୀ ସିଲାଇ କାମ କରନ୍ତି । ଏହି ଦମ୍ପତି ଦୈନିକ ଘର ଚଳାଇବା ପାଇଁ କଠିନ ପରିଶ୍ରମ କରନ୍ତି । ଆଉ ଏବେ ତାଙ୍କ ଖାତାକୁ ୧୦୦ କୋଟି ଆସିବା ସେମାନଙ୍କ ପାଇଁ ସମସ୍ୟା ବଢ଼ାଇ ଦେଇଛି । କାରଣ ଏତେ ଟଙ୍କା ଆସିବା ପରେ ତଦନ୍ତ ଆରମ୍ଭ ହୋଇଛି ଏବଂ ବ୍ୟାଙ୍କ ତାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ଦେଇଛି । ତଦନ୍ତରୁ ଜଣାପଡ଼ିଛି କେବଳ କଶ୍ମୀରା ନୁହନ୍ତି ଏଭଳି ଅନେକଙ୍କ ଖାତାକୁ ଏତେ ପରିମାଣର ଟଙ୍କା କ୍ରେଡିଟ୍ ହୋଇଛି । ଏହା ପଛରେ ସର୍ଭରରେ ତ୍ରୁଟି ଥିବା କୁହାଯାଉଛି । ଫଳରେ ସମଗ୍ର ପଶ୍ଚିମବଙ୍ଗରେ ପ୍ରଭାବିତ ହୋଇଛି ବ୍ୟାଙ୍କିଂ କାରବାର । କୋଲକାତାର ବେଲେଘାଟାରେ କ୍ଲାଉଡ୍ କିଚେନ୍ ଚଳାଉଥିବା ନୁପୂର ଗୁପ୍ତାଙ୍କ ସହ ମଧ୍ୟ ସେହିଭଳି ହୋଇଛି । ନୁପୂରଙ୍କ ଆକାଉଣ୍ଟକୁ ୪୭ କୋଟି ଟଙ୍କା ଆସିଛି । ଫଳରେ ସେ ମଧ୍ୟ ବ୍ୟାଙ୍କ, ପୋଲିସ ଓ ଆୟକର ବିଭାଗର ସାମ୍ନା କରିଛନ୍ତି । ତେବେ PNB କର୍ତ୍ତୃପକ୍ଷ ଅଧିକାରୀକ ଭାବେ ଏହା ଉପରେ କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ତଦନ୍ତ ଚାଲିଥିବା କହିଛନ୍ତି ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
1
Wow
0