ADR report: ଡିକେ ଶିବକୁମାର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ, ତୃତୀୟ ସ୍ଥାନରେ ବିଜୟ

ନୂଆଦିଲ୍ଲୀ: ଦେଶର ବର୍ତ୍ତମାନର ୩୧ ଜଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିକୁ ନେଇ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ପ୍ରକାଶିତ ସର୍ବଶେଷ ବିଶ୍ଳେଷଣରେ ୪ ଜଣ ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ସମ୍ପତ୍ତି ୧୦୦ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ଏହି ତାଲିକାର ଶୀର୍ଷରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ରହିଛନ୍ତି। ତାଙ୍କର ମୋଟ ଘୋଷିତ ସମ୍ପତ୍ତି ୧,୪୧୩ କୋଟି ଟଙ୍କା। ଏହି ତାଲିକା ନିର୍ବାଚନ ସତ୍ୟପାଠରେ ଦର୍ଶାଯାଇଥିବା ସମ୍ପତ୍ତି ଆଧାରରେ ପ୍ରସ୍ତୁତ କରାଯାଇଛି। ତାଲିକାର ଦ୍ୱିତୀୟ ସ୍ଥାନରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ରହିଛନ୍ତି। ତାଙ୍କର ଘୋଷିତ ସମ୍ପତ୍ତି ୯୩୧ କୋଟି ଟଙ୍କା। ତୃତୀୟ ସ୍ଥାନରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ସି ଜୋସେଫ୍‌ ବିଜୟ (ବିଜୟ ଥାଲାପତି) ଅଛନ୍ତି। ତାଙ୍କ ଘୋଷିତ ସମ୍ପତ୍ତି ପ୍ରାୟ ୬୪୮ କୋଟି ଟଙ୍କା। ଚତୁର୍ଥ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଯାହାଙ୍କ ଘୋଷିତ ସମ୍ପତ୍ତିର ମୂଲ୍ୟ ୩୩୨ କୋଟି ଟଙ୍କା। ଏଡିଆର୍‌ର ବିଶ୍ଳେଷଣ ଅନୁସାରେ, ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ହାରାହାରି ଘୋଷିତ ସମ୍ପତ୍ତି ୧୧୮.୦୭ କୋଟି ଟଙ୍କା। ଏଥିରୁ ୪ ଜଣଙ୍କ ସମ୍ପତ୍ତି ୧୦୦ କୋଟି ଟଙ୍କାରୁ ଅଧିକ ଥିବାବେଳେ ଅନ୍ୟମାନଙ୍କ ସମ୍ପତ୍ତି ଏହାଠାରୁ କମ୍‌। ରିପୋର୍ଟରେ ମୁଖ୍ୟମନ୍ତ୍ରୀମାନଙ୍କ ସମ୍ପତ୍ତି ସହ ଆପରାଧିକ ମାମଲା ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ମଧ୍ୟ ସାମିଲ କରାଯାଇଛି।

Jul 28, 2026 - 21:28
 0  26

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
Ajay Ajya Kumar Behera is the founder and editor of APANANKA SWAR and a passionate advocate of truthful and responsible journalism. Dedicated to serving society through accurate reporting and public-interest news, he believes in the values of truth, transparency, and trust. Through APANANKA SWAR, he strives to inform, empower, and connect communities across Odisha.