Apananka Swar | Odisha Breaking News, Latest News, Weather Updates, Odisha News Live - : Mayurbhanj
ଓଡ଼ିଶାର ବିକାଶ ହେଲେ ଭାରତ ବିକଶିତ ହେବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
<description><![CDATA[ ରାଇରଙ୍ଗପୁର: ମୟୂରଭଞ୍ଜଜିଲ୍ଲା ଦାଣ୍ଡବୋସଠାରେ ଓଡ଼ିଶାରେ ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିରେ ଓଡ଼ିଶାର ଡବଲ୍ ଇଞ୍ଜିନ ସରକାରକୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆପଣଙ୍କର ଭଲ ପାଇବା ଓ ଆତ୍ମୀୟତା ମୋତେ ବାରମ୍ବାର ଓଡ଼ିଶାକୁ ଟାଣିଆଣୁଛି। ରାଷ୍ଟ୍ରପତିଙ୍କ ଗାଁକୁ ଯାଇ ଆଜି ମୋତେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାର ସୁଯୋଗ ମିଳିଲା। ପାହାଡ଼ପୁରର ଲୋକଙ୍କୁ ମାଗଣା ସୌର ବିଦ୍ୟୁତ୍ ମିଳିବ। ଏହା ହେବ ‘ସୂର୍ଯ୍ୟଗ୍ରାମ’। ସାନ୍ତାଳୀ ଭାଷାରେ ସମ୍ବିଧାନ ଲେଖାଯାଇଛି।
    ସରକାର ଲୋକଙ୍କ ପାଖକୁ ଯାଉଛି
ଓଡ଼ିଶା ସରକାରଙ୍କ ବିକାଶକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ଆଜି ପ୍ରଗତିର ଦ୍ବାର ହୋଇଛି। ଓଡ଼ିଶାରେ ଖଣିଜ ଶକ୍ତି, କୃଷି ଓ ଯୁବ ପ୍ରତିଭା ରହିଛି। ଏଠାରେ ରେଳପଥ ନିର୍ମାଣ ଦ୍ରୁତ ଗତିରେ ଚାଲିଛି। ଉତ୍କର୍ଷ ଅଭିଯାନ ଭଳି ଯୋଜନା କାର୍ଯ୍ୟକାରୀ ହୋଇଛି। ଓଡ଼ିଶାକୁ ଶିଳ୍ପସମୃଦ୍ଧ କରିବା ଲାଗି କାମ କରାଯାଉଛି। ଡବଲ୍ ଇଞ୍ଜିନ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ସରକାର ଲୋକଙ୍କ ପାଖକୁ ଯାଉଛି। ରାଜ୍ୟରେ ୩ ଲକ୍ଷ କୋଟି ଟଙ୍କାର ବିକାଶ କାମ ଚାଲିଛି। ଶକ୍ତି କ୍ଷେତ୍ରରେ ୬ ହଜାର କୋଟି ଟଙ୍କାର କାମ ଚାଲିଛି। ସୁଭଦ୍ରା ଯୋଜନା, ଆୟୁଷ୍ମାନ୍ ଭାରତ ଯୋଜନାର ଲାଭ ଓଡ଼ିଶାବାସୀଙ୍କୁ ମିଳିଛି। ଆଦିବାସୀ ସମାଜ ଆଜି ବିକାଶର ଧାରାରେ ସାମିଲ ହୋଇଛି। ଓଡ଼ିଶା ଓ ଦେଶର ଲକ୍ଷ୍ୟ ଏକା ଦିଗରେ ଯାଉଛି। ଓଡ଼ିଶାର ବିକାଶ ହେଲେ ଭାରତ ଆଗେଇବ।                                                                                                                                    ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଗଣେଶରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଲୋକସଭା ସଦସ୍ୟ ନବ ଚରଣ ମାଝୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ]]></description>