ଆପଣଙ୍କ ସ୍ୱର | ଓଡ଼ିଶା ବ୍ରେକିଙ୍ଗ ନ୍ୟୁଜ୍, ସର୍ବଶେଷ ଖବର, ପାଣିପାଗ ଅପଡେଟ୍ ଓ ଲାଇଭ୍ ନ୍ୟୁଜ୍ - : ସ୍ପେଶାଲ୍
ସର୍କିଟ୍ ହାଉସ୍‌ର VIP ସୁଟ୍: ଛଅ ଘଣ୍ଟା, ଅନେକ ପ୍ରଶ୍ନ!
<description><![CDATA[ ବହୁଚର୍ଚ୍ଚିତ ସର୍କିଟ୍ ହାଉସ୍‌ରେ ରାଜ୍ୟ ବାହାରର ଜଣେ ଯୁବତୀ ୟୁଟ୍ୟୁବର୍‌ ତଥା ଇନ୍‌ଫ୍ଲୁଏନ୍ସର୍‌ଙ୍କ ପାଇଁ ଗତ ଡିସେମ୍ବର ୧ ତାରିଖରେ VIP ସୁଟ୍ ବୁକ୍ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଏହି ଘଟଣା ସମ୍ପର୍କିତ କିଛି ତଥ୍ୟ ଓ ଦାବି ସୋସିଆଲ୍ ମିଡିଆରେ ପ୍ରସାରିତ ହେବା ପରେ ମାମଲାଟି ପୁଣିଥରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି। ବିଶେଷକରି, ଏକ ଭାଇରାଲ୍ ଭିଡିଓରେ ନାମ ନନେଇ ଜଣେ ଏସ୍‌ପିଙ୍କ ସମ୍ପର୍କରେ ଉଲ୍ଲେଖ ହେବା ପରେ ଏହି ଘଟଣାକୁ ନେଇ ନୂଆ ପ୍ରଶ୍ନ ଉଠିଛି।
କିଏ କଲେ ବୁକିଂ? କାହା ପାଇଁ?
ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବତୀଙ୍କୁ ‘ଏ. ନାୟାର’ ନାମକ ଜଣେ ବ୍ୟବସାୟୀ ତାଙ୍କ କମ୍ପାନୀର ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିଥିବା କୁହାଯାଉଛି।
ଆହୁରି ଦାବି ହେଉଛି ଯେ, ସର୍କିଟ୍ ହାଉସ୍‌ର VIP ସୁଟ୍‌ଟି ଜଣେ କର୍ମଚାରୀ ଅଭିଷେକ ଦାସଙ୍କ ମାଧ୍ୟମରେ ଆଶିଷ ମହାନ୍ତିଙ୍କ ଯୋଗାଯୋଗରେ ବୁକ୍ ହୋଇଥିଲା। ଆଶିଷ ମହାନ୍ତି ଜଣେ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ସହ ସମ୍ପୃକ୍ତ ବୋଲି ମଧ୍ୟ ଦାବି ହେଉଛି।
ତେବେ ଏହି ସମସ୍ତ ତଥ୍ୟର ସରକାରୀ ରେକର୍ଡ ଆଧାରିତ ସ୍ୱାଧୀନ ପୁଷ୍ଟିକରଣ ହେବା ଆବଶ୍ୟକ।
ଭାଇରାଲ୍ ଭିଡିଓରେ ଥିବା ‘ଏସ୍‌ପି’ କିଏ?
ଭାଇରାଲ୍ ଭିଡିଓରେ ନାମ ନନେଇ ଯେଉଁ ଏସ୍‌ପିଙ୍କ କଥା ଉଲ୍ଲେଖ କରାଯାଇଛି, ସେ ଭିଜିଲାନ୍ସ ବିଭାଗର ପୂର୍ବତନ ଏସ୍‌ପି ପ୍ରସନ୍ନ ମହାନ୍ତି ବୋଲି କିଛି ସୂଚନାରୁ ଦାବି କରାଯାଉଛି।
ତେବେ ଉପଲବ୍ଧ ସୂଚନା ଅନୁଯାୟୀ, ସେ କୋଭିଡ୍ ସମୟରେ ପରଲୋକଗମନ କରିଥିଲେ। ଆଶିଷ ମହାନ୍ତି ତାଙ୍କ ପୁଅ ବୋଲି ମଧ୍ୟ ଦାବି ହେଉଛି। ଏହି ସମ୍ପର୍କିତ ତଥ୍ୟ ମଧ୍ୟ ଅଧିକୃତ ଭାବେ ଯାଞ୍ଚ ହେବା ଆବଶ୍ୟକ।
ଏୟାରପୋର୍ଟରୁ କିଏ ଆଣିଥିଲେ ଯୁବତୀଙ୍କୁ?
ଘଟଣାର ଆଉ ଏକ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ଏୟାରପୋର୍ଟରୁ ଯୁବତୀଙ୍କୁ ସର୍କିଟ୍ ହାଉସ୍‌କୁ ଆଣିଥିବା ଅଡି କାର୍।
ସୂଚନା ଅନୁଯାୟୀ, ଏହି ଅଡି କାର୍‌ଟି ଶୁଭେନ୍ଦୁ ପଣ୍ଡାଙ୍କର ଏବଂ ତାଙ୍କୁ ଏହି ଦାୟିତ୍ୱ ଶ୍ରୀ ନାୟାର ଦେଇଥିବା କୁହାଯାଉଛି।
ଛଅ ଘଣ୍ଟା VIP ସୁଟ୍‌ରେ—କାହିଁକି?
ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବତୀ ଅପରାହ୍ନ ପ୍ରାୟ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍କିଟ୍ ହାଉସ୍‌ରେ ରହିଥିବା ଦାବି କରାଯାଉଛି।
ତେବେ ମୂଳ ପ୍ରଶ୍ନ ହେଉଛି—VIP ସୁଟ୍ କାହା ନାମରେ ବୁକ୍ ହୋଇଥିଲା? ଆବେଦନ କିଏ କରିଥିଲେ? ଅନୁମୋଦନ କିଏ ଦେଇଥିଲେ? ଭଡ଼ା କିଏ ଦେଇଥିଲେ? ଅତିଥିଙ୍କ ପରିଚୟ କିପରି ଯାଞ୍ଚ ହୋଇଥିଲା?
ଏସବୁ ପ୍ରଶ୍ନର ଉତ୍ତର କେବଳ ସର୍କିଟ୍ ହାଉସ୍‌ର ବୁକିଂ ରେଜିଷ୍ଟର, ଆବେଦନପତ୍ର, ଅନୁମୋଦନ ରେକର୍ଡ, ଅତିଥିଙ୍କ ଏଣ୍ଟ୍ରି ରେକର୍ଡ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବୟାନରୁ ହିଁ ସ୍ପଷ୍ଟ ହୋଇପାରିବ।
ସରକାରୀ ସର୍କିଟ୍ ହାଉସ୍‌ର ବୁକିଂ ବ୍ୟବସ୍ଥା କେତେ ପାରଦର୍ଶୀ?
ଏହି ଘଟଣା ଯଦି ତଥ୍ୟାଧାରିତ ହୁଏ, ତେବେ ସରକାରୀ ସର୍କିଟ୍ ହାଉସ୍‌ର ବୁକିଂ ବ୍ୟବସ୍ଥାକୁ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବ।
ଆବେଦନରୁ ଅନୁମୋଦନ, ଅନୁମୋଦନରୁ ବୁକିଂ ଏବଂ ବୁକିଂରୁ ଅତିଥିଙ୍କ ରହଣି—ଏହି ସମଗ୍ର ପ୍ରକ୍ରିୟା କ’ଣ ନିୟମ ଅନୁଯାୟୀ ହୋଇଥିଲା?
ଏହା ସହିତ, ପୂର୍ବରୁ ଚର୍ଚ୍ଚାରେ ଥିବା ସର୍କିଟ୍ ହାଉସ୍‌କୁ ନେଇ ଏହି ନୂଆ ପ୍ରସଙ୍ଗ ଆହୁରି ଅଧିକ ସ୍ୱଚ୍ଛତା ଓ ଜବାବଦେହିତାର ଆବଶ୍ୟକତା ସୃଷ୍ଟି କରିଛି।
ଯଦି ରେକର୍ଡରୁ କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ନିୟମ ଅନୁଯାୟୀ ଦାୟିତ୍ୱ ନିର୍ଦ୍ଧାରଣ ଓ ତଦନ୍ତ ହେବା ଆବଶ୍ୟକ।
ଶେଷରେ ପ୍ରଶ୍ନ ଗୋଟିଏ—VIP ସୁଟ୍‌ର ଛଅ ଘଣ୍ଟାର ରହଣି ପଛରେ ପ୍ରକୃତ ତଥ୍ୟ କ’ଣ?
ଏହାର ଉତ୍ତର ଅନୁମାନରୁ ନୁହେଁ, ସରକାରୀ ରେକର୍ଡ, ଦଲିଲ ଏବଂ ନିରପେକ୍ଷ ତଦନ୍ତରୁ ସାମ୍ନାକୁ ଆସିବା ଦରକାର।
ସର୍କିଟ୍ ହାଉସ୍‌ ରହସ୍ୟର ପ୍ରକୃତ ସତ୍ୟ କ’ଣ—ଏବେ ନଜର ତଦନ୍ତ ଉପରେ। ]]></description>
୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ସହକାରୀ ଯନ୍ତ୍ରୀ ଓ ସହଯୋଗୀ ଧରାପଡ଼ିଲେ
<description><![CDATA[ ବକେୟା ବିଲ୍ ପାସ୍ ଓ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ ପାଇଁ ଲାଞ୍ଚ ଦାବି ଅଭିଯୋଗ
ଯାଜପୁର/ବଡଚଣା, (ଆପଣଙ୍କସ୍ୱର): ବକେୟା ବିଲ୍ ପାସ୍ କରିବା ଓ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ କରିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କ ସହ ଜଣେ ବ୍ୟକ୍ତିଗତ ସହଯୋଗୀ ସୋମନାଥ ସେଠୀଙ୍କୁ ମଧ୍ୟ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି।
ଭିଜିଲାନ୍ସର ସୂଚନା ଅନୁସାରେ, ବଡ଼ଚଣା ବ୍ଲକ ଅଞ୍ଚଳରେ ଏକ ସ୍କୁଲର ନିର୍ମାଣ କାମ ସମ୍ପୂର୍ଣ୍ଣ କରିଥିବା ଜଣେ ଠିକାଦାର ତାଙ୍କର ବକେୟା ବିଲ୍ ପାସ୍ କରିବା ସହ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ ପାଇଁ ଆବେଦନ କରିଥିଲେ। ଏହି କାମ ପାଇଁ ଟଙ୍କା ଛାଡ଼ କରିବା ବଦଳରେ ସହକାରୀ ଯନ୍ତ୍ରୀ ୩୫ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ଭିଜିଲାନ୍ସ ନିକଟରେ କରାଯାଇଥିଲା।
ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ଏକ ଟ୍ରାପ୍ ଯୋଜନା କରାଯାଇଥିଲା। ସୋମବାର ଅଭିଯୋଗକାରୀଙ୍କଠାରୁ ୩୫ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ବନ୍ଦିତା ଦାଶ ଓ ସୋମନାଥ ସେଠୀଙ୍କୁ ଧରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଏହି ସମୟରେ ସେମାନଙ୍କଠାରୁ ଅଭିଯୋଗରେ ଉଲ୍ଲେଖିତ ସମ୍ପୂର୍ଣ୍ଣ ୩୫ ହଜାର ଟଙ୍କା ଜବତ କରାଯାଇଛି। ଟ୍ରାପ୍ ପରେ ବନ୍ଦିତା ଦାଶଙ୍କ ସହ ସମ୍ପୃକ୍ତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଓ ଯାଞ୍ଚ ଚାଲିଥିବା ଭିଜିଲାନ୍ସ ସୂଚନା ଦେଇଛି।
ବହିର୍ଭୂତ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଯାଞ୍ଚ ପାଇଁ ଏହି ତଲାସୀ ଚାଲିଥିବା କୁହାଯାଇଛି। ଘଟଣା ସମ୍ପର୍କରେ କଟକ ଭିଜିଲାନ୍ସ ଥାନାରେ ୨୭ ସେପ୍ଟେମ୍ବର ୨୦୨୬ରେ କେସ୍ ନମ୍ବର ୩୮ ରୁଜୁ ହୋଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଉଭୟଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ]]></description>
ନାବାଳିକା ନାତୁଣୀକୁ ଦୁଷ୍କର୍ମ ଅଭିଯୋଗ: ୭୨ ବର୍ଷୀୟ ବୃଦ୍ଧ ଗିରଫ
<description><![CDATA[ କେନ୍ଦ୍ରାପଡ଼ା, ୨୪/୯: କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ୧୨ ବର୍ଷୀୟା ନାବାଳିକା ନାତୁଣୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ତାଙ୍କ ୭୨ ବର୍ଷୀୟ ଜେଜେବାପାଙ୍କୁ ଗିରଫ କରିଛି। ନାବାଳିକା ଜଣକ ପରିବାର ସହ ରହୁଥିବା ବେଳେ ଏହି ଘଟଣା ଘଟିଥିବା ପୁଲିସ କହିଛି।
ପୁଲିସର ସୂଚନା ଅନୁସାରେ, ଘଟଣା ସମ୍ପର୍କରେ ନାବାଳିକା ତାଙ୍କ ପିଉସୀଙ୍କୁ ଜଣାଇବା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ନ୍ୟାୟିକ ହାଜତକୁ ପଠାଇଥିବା ପୁଲିସ କହିଛି। ]]></description>